କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫)। ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ସ୍ବର୍ଗତଃ ବିଭୂତି ଭୂଷଣ ଦାସଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସଙ୍କ ସହିତ ତାଙ୍କ ସ୍ବାମୀ ପରିତ୍ୟକ୍ତା ଝିଅ ଆଶାଲତା ଦାସ(୫୫)@ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ମା’ଙ୍କ ସହ ଆଶାଲତା ବହୁ ବାର କଳି କରୁଥିଲେ। ଆଜି ପୂର୍ବାହ୍ନରେ ମା’ ସହ କଳି ହେବାରୁ କାଠ କବାଟର ଡିକିରାକୁ ଭିଡ଼ି ଆଣି ଲଗାତାର ପିଟି ଚାଲିଥିଲେ। ଏଥିରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇଁ ଭୁବନ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। କବାଟ ଭାଙ୍ଗି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଆଶାଲତା ଏକ କାଠ ଫାଳିଆରେ ତାଙ୍କ ମାଆଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ୁଛି। ପୁଲିସ ଶାନ୍ତିଲତାଙ୍କୁ ଅଟକ ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି।

728×90