ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ପରଲୋକ

ଲକ୍ଷ୍ନୌ: ପରଲୋକରେ ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱାର ରାଣା । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କିଡନୀ ଓ ହୃଦରୋଗ ସମ୍ବନ୍ଧୀୟ ରୋଗୀରେ ପୀଡ଼ିତ ଥିଲେ। ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ମୁନାୱର ରାଣାଙ୍କ ଝିଅ ସୁମାୟା କହିଛନ୍ତି, ରବିବାର ବିଳମ୍ବିତ ରାତିରେ ତାଙ୍କ ପିତାଙ୍କ ଡାକ୍ତରଖାନାରେ ବିୟୋଗ ଘଟିଛି। ଆଜି ତାଙ୍କର ଶେଷକୃତ୍ୟ ହେବ। ମୁନାୱରଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

728×90