ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଜବଲପୁରରେ ଏକ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ରହିଛନ୍ତି । କମ୍ପାନୀର ସେକ୍ସନ ୬ରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଏକ ବିଲିଡିଂ ଧ୍ୱସ୍ତ ହୋଇଯାଇଛି । ମାଟି ତଳେ ଅନେକ କର୍ମଚାରୀ ଦବିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଜବଲପୁରରେ ଥିବା ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ -୬ରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଫ୍ୟାକ୍ଟ୍ରିର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ କିଭଳି ହେଲା ସେ ନେଇ କୌଣସି ସୂଚନା ମିଳିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । କାରଖାନା ନିକଟରେ ରହୁଥିବା ବାସିନ୍ଦା କହିଛନ୍ତି ଯେ ଏହା ଏକ ଭୂକମ୍ପ ବୋଲି ସେମାନେ ଭାବିଥିଲେ ଏବଂ ଘରୁ ବାହାରକୁ ଚାଲି ଆସିଥିଲେ ।
ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସକାଳ ୧୦ଟା ୩୦ରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରିର ଏକ ଅଂଶ ଭୁଶୁଡି ପଡିଛି । ମାଟି ତଳେ ଶ୍ରମିକ ଜଣକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । କିଛିଙ୍କ ଅବସ୍ଥା ଗୁରୁତର ରହିଛି ।
