ବିଜେପିରେ ସାମିଲ ହେଲେ ମମତା ମହନ୍ତ; ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ: ପଦ୍ମ ଧରିଲେ ମମତା । ବିଜେପିରେ ସାମିଲ ହେଲେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । କୁଡୁମୀ ସମ୍ପ୍ରଦାୟର ଜଣେ ଜଣାଶୁଣା ଓ ଟାଣୁଆ ନେତ୍ରୀ ଭାବେ ବେଶ୍‌ ପରିଚିତ ଥିଲେ ମମତା ମହାନ୍ତ। ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୁଣ ସିଂହ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । କହିଲେ, କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ । ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ । ମାତ୍ର ବିଜେଡି ମୋର ଆବଶ୍ୟକତା ମନେକରୁନି । କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।

728×90