ରାଜ୍ୟରେ ଗତ କିଛି ଦିନ ହେଲା ସକ୍ରିୟ ରହିଛି ଇଡି । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ଚଢ଼ାଉ କରୁଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ଆଗକୁ ନିର୍ବାଚନ ଆସୁଥିବାବେଳେ, ଓଡିଶାରେ ଇଡି ସକ୍ରିୟ ହେବା, ଚର୍ଚ୍ଚାର ବିଷୟ ହୋଇଛି । ବେଶ କିଛି ଦିନର ନୀରବତା ପରେ ପୁଣି ଥରେ ଓଡିଶାରେ ସକ୍ରିୟ ହୋଇଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ମାମଲାରେ ଗୁରୁବାର ଭୁବନେଶ୍ୱରର ଓ ବ୍ରହ୍ମପୁରରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ରେଡ୍ କରିଛି ଇଡି । ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ ପରେ ବ୍ରହ୍ମପୁରର ଜଣେ କଂଟ୍ରାକ୍ଟରଙ୍କ ଘରେ ଚଢ଼ାଉ କରି ଏକ ଦାମି କାର ଜବତ କରିଛି ଇଡି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ED, Bhubaneswar has carried out search operations at various locations in Odisha on 07.03.2024 in the matter of M/s Artha Tatwa (AT) Group of Companies. During the search operations, various incriminating documents, digital devices, Cash worth Rs. 23 Lakh, an Audi Q3 Car worth…
— ED (@dir_ed) March 8, 2024
