ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍‌ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍‌ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍‌ ପ୍ରଦାନ କରୁଥିବା ଭିଡିଓ। ଏହି ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବଦଳରେ ଏହି କେବଳ ଅନ୍ତର୍ଜାତୀୟ ତାରକା ଐଶ୍ୱର୍ଯ୍ୟା ରାୟ ଲେଖାଯାଇଛି। ଏହି ଭିଡିଓ ଏହି ସମୟରେ ଭାଇରାଲ ହୋଇଛି ଯେତେବେଳେ ଐଶ୍ୱ-ଅଭିଙ୍କର ଛାଡପତ୍ର ଚର୍ଚ୍ଚା ଜୋର ଧରିଛି। ଏଶ୍ୱଙ୍କ ସରନେମ୍‌ ହଟାଇବା ଘଟଣାକୁ ନେଇ ସମସ୍ତେ ତାଜୁବ ହୋଇଯାଇଛନ୍ତି।

728×90