କଟକର ଏକ ଘରୋଇ ହସପିଟାଲ ଆକାଉଣ୍ଟରୁ ୨୯ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କଟକ : ସାଇବର ଠକଙ୍କ ଟାର୍ଗେଟରେ ଘରୋଇ ହସପିଟାଲ । ୨୯ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । କଟକର ଏକ ଘରୋଇ ହସପିଟାଲ ଆକାଉଣ୍ଟରୁ ଟଙ୍କା ଗାୟବ କରିନେଲେ ସାଇବର ଲୁଟେରା। ହସପିଟାଲର ଇମେଲ ଆଇଡି ମଧ୍ୟ ହ୍ୟାକ୍ କରିଛନ୍ତି । ପ୍ରକୃତ ବେନିଫିସିଆରିଙ୍କ ଆକାଉଣ୍ଟ ବଦଳାଇ ନିଜ ଆକାଉଣ୍ଟକୁ ଟଙ୍କା ନେଇଯାଇଛନ୍ତି ଠକ । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ନୋଟିସ ଜାରି କରିଛି ସାଇବର ଥାନା ପୋଲିସ।

ଠକଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ସାଇବର ଥାନା ପୋଲିସ । ଠକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କୋର୍ଟରେ ଆବେଦନ ହୋଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶ ବରେଲିର ହସନୈନ, ଅମିତ ଗୁପ୍ତା, ସୁନିଲ ମୌର୍ଯ୍ୟ ଓ ଅନିକେତ ଶର୍ମା । ସେମାନଙ୍କ ନିକଟରୁ ୬ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ବ୍ୟବହୃତ ଫର୍ମ ଜବତ କରାଯାଇଛି।

728×90