ଖୋର୍ଦ୍ଧା: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ ବ୍ଲକର ଏକ ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥ୍ରେ ପଶି ପ୍ରଶାନ୍ତ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଖୋଜୁଛି ପୋଲିସ। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ କରିଛନ୍ତି ଆକ୍ରମଣ। ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଛନ୍ତି। ଦୁଇ ଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ। ଖବରପାଇ ବୋଲଗଡ଼ ପୋଲିସ ପହଞ୍ଚି ତାଙ୍କୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
ଏହାପରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ବସି ପ୍ରଶାନ୍ତ ଜଗଦ୍ଦେବ ଫେରାର ହେଉଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଧରିଛି ପୁଲିସ। ବୋଲଗଡ ଥାନାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।
