ରାଜ୍ୟ ବିଜେପି ସଭାପତିଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ; କହିଲେ, ‘ତାକତ୍‌ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’

ଭୁବନେଶ୍ୱର: ‘ତାକତ୍‌ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’? କିଛି ଏପରି କହି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ମନମୋହନଙ୍କୁ ସମାଲୋଚନା କରିବା ସହ କହିଛନ୍ତି କି, ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ। ବୟାନବାଜିର କିଛି ଲାଭ ନାହିଁ। କିଏ କ’ଣ କହିଲେ କାହା ମୁହଁରେ ହାତ ଦେଇ ହେବକି ବୋଲି କହିଛନ୍ତି ବଦ୍ରି ପାତ୍ର। କେଉଁ ଆଧାରରେ ମନମୋହନ ସାମଲ କହିଲେ ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ପଚାରିଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର।

728×90