ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଚଳନ୍ତା ଟ୍ରକ୍ ପଛରେ ଏକ ବାଇକ୍ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଆଜି ମଧ୍ୟାହ୍ନରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା ଟ୍ରକକୁ ପଛରୁ ଧକ୍କା ଦେଇଥିଲେ। ଛିଟିକି ତଳେ ପଡିଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବାଇକ୍ ଆରୋହୀ ମେଡିକାଲରେ ପ୍ରାଣ ହରାଇଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।
