ବଜାର ଦାଣ୍ଡରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

ଉଦଳା: ରାତିରେ ବଜାର ଦାଣ୍ଡରେ ବୁଲୁଛି ଭାଲୁ । ସିସିଟିଭିରେ କଏଦ ହେଲା ଭାଲୁ ବୁଲିବାର ଦୃଶ୍ୟ । ଖୁଣ୍ଟା ଅଂଚଳରେ ଭାଲୁ ଆତଙ୍କ । ଲୋକଙ୍କ ଘର ସାମ୍ନାରେ ବୁଲିବା ସହିତ ରାସ୍ତାରେ ଚାଲୁଛି ଭାଲୁ । ଭାଲୁକୁ ଖୋଜି ପାଉ ନାହିଁ ବନ ବିଭାଗ ।

ଲୋକମାନେ ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି । ରାତିରେ ବଜାରକୁ ଯିବାକୁ ଭୟ କରୁଛନ୍ତି । ତେଣୁ ସନ୍ଧ୍ୟା ସୁଦ୍ଧା ସମସ୍ତ ସଉଦା ପତ୍ର କିଣି ଲୋକମାନେ ଘରକୁ ଫେରି ଆସୁଛନ୍ତି । ଦିନ ବେଳେ ବି ବଜାର ଶୁନ୍‌ଶାନ୍‌ । ପୂର୍ବ ପରି ଆଉ ଲୋକ ଗହଳି ଦେଖାଯାଉନି । ଲୋକଙ୍କ ମନରେ ଭାଲୁ ପାଇଁ ଭୟ ରହିଛି । କାଳେ କେଉଁଠି ଲୁଚି ରହିଥିବ ଆଉ ସୁଯୋଗ ଦେଖି ଲୋକଙ୍କୁ ଆକ୍ରମଣ କରିବ । ସେହି ଭୟରେ ସାଧାରଣ ଲୋକେ ଘରୁ ବାହାରୁ ନାହାନ୍ତି ।

728×90