ନୂଆଦିଲ୍ଲୀ: ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଥିଲା। ଏହି ଅବସରରେ, ଗୁଗୁଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଗୁଗୁଲ୍ ଏବେ ଜେମିନି ଲାଇଭ୍କୁ ହିନ୍ଦୀ ଭାଷାରେ ସପୋର୍ଟ କରିବ ବୋଲି ଘୋଷଣା କରାଯାଇଛି। ଏହା ପୂର୍ବରୁ ଜେମିନି ଲାଇଭ୍ ଇଂରାଜୀ ସହିତ ୮ ଟି ଭାଷାକୁ ସପୋର୍ଟ କରୁଥିଲା। ଏହି ନୂତନ ସପୋର୍ଟ ସହିତ, ଭାରତୀୟ ୟୁଜରମାନେ ବର୍ତ୍ତମାନ ପ୍ରଶ୍ନ ପଚାରିପାରିବେ ଏବଂ ହିନ୍ଦୀରେ ପରାମର୍ଶ ପାଇପାରିବେ। ଗୁଗୁଲ୍ ଫର୍ ଇଣ୍ଡିଆର ଏହି ଇଭେଣ୍ଟରେ ଏକ ଲାଇଭ୍ ଡେମୋ ମଧ୍ୟ ଉପସ୍ଥାପିତ ହୋଇଥିଲା। ଜଣେ ମହିଳା ଜେମିନି ଲାଇଭ୍କୁ ତାଙ୍କର ନୂତନ ଚାକିରି ଅଫର ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ ଏବଂ ଜେମିନି ଲାଇଭ୍ ତାଙ୍କୁ ଏସମ୍ପର୍କରେ ପରାମର୍ଶ ଦେଇଥିଲା।
