ବୟଫ୍ରେଣ୍ଡ୍ ଓ ସାଙ୍ଗମାନେ ମିଶି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଗିରଫ

କଟକ: ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା ପ୍ରେମିକ । ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ବୟଫ୍ରେଣ୍ଡ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ, କଟକର ଏକ କଲେଜରେ ପଢୁଥିବା ପୀଡ଼ିତା ଛାତ୍ରୀ ଜଣକ ସହର ଉପକଣ୍ଠ ଏକ ହଷ୍ଟେଲରେ ରହୁଛନ୍ତି । ବାଦାମବାଡି ଥାନା ଅଞ୍ଚଳର ଜଣେ ଯୁବକ ମଧ୍ୟ ସେହି କଲେଜରେ ପଢୁଛି । ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ ଗଢିଉଠିଲା । ନିକଟ ଅତୀତରେ ଯୁବକ ଜଣକ ଛାତ୍ରୀଙ୍କୁ ଭସାଣୀ ଦେଖିବା ପାଇଁ ସହରକୁ ଡାକିବା ପରେ କାଠଗଡା ସାହିରେ ଥିବା ଏକ ସାଇବର କାଫେକୁ ନେଇଥିଲା । ସେଠାରେ ପୀଡ଼ିତାଙ୍କ ସହ ଯୁବକ ଜଣକ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଏହି ସମୟର ଦୃଶ୍ୟକୁ ଯୁବକର ଜଣେ ସାଙ୍ଗ ଲୁଚି କରି ମୋବାଇଲ ଫୋନରେ ରେକର୍ଡ କରିଥିଲା । ଏହାପରେ ଯୁବକ ଜଣକ ଛାତ୍ରୀଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ଭାଇରାଲ କରିଦେବେ ବୋଲି ଧମକାଇଲା ।

ଏହି ଭିଡିଓ ରଖି କାଫେ ମାଲିକ ଓ ବୟଫ୍ରେଣ୍ଡ ପୀଡ଼ିତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ବାଦାମବାଡ଼ି ପୁଲିସ ବୟଫ୍ରେଣ୍ଡ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

728×90