ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ତାରିଖକୁ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଅଧା ଦିନ ଅଫିସ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ଓ ରାଜ୍ୟ ସରକାର । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ସରକାର ।

୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ରାଜ୍ୟ ସରକାରଙ୍କ ସବୁ ଅଫିସ ଛୁଟି ରହିବ । ରାଜସ୍ୱ ଓ ଏକଜିକ୍ୟୁଟିଭ ମାଜିଷ୍ଟେରିଆଲ୍ କୋର୍ଟ ମଧ୍ୟ ଅଧା ଛୁଟି ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି, ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଔଦ୍ୟୋଗିକ ପ୍ରତିଷ୍ଠାନଗୁଡ଼ିକ ଜାନୁଆରୀ ୨୨ ରେ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ବନ୍ଦ ରହିବ | ଲୋକମାନେ ଯେପରି ରାମ ଲାଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ସରକାର ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ କର୍ତ୍ତା ଭାବେ ଯୋଗଦେବେ। ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରାକ୍ ରୀତିନୀତି ଆରମ୍ଭ ହୋଇସାରିଛି। ଆଜି ଏହି ସାତ ଦିନିଆ ରୀତିନୀତିର ତୃତୀୟ ଦିନ ।

728×90