ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ସେ ସର୍ଭିକାଲ କ୍ୟାନସରରେ ପୀଡିତ ଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପୁନମଙ୍କ ମୃତ୍ୟୁ ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଛନ୍ତି।
ନିଜର ବୋଲଡ୍ ଅନ୍ଦାଜ ସହ ସୋଶାଲ ମିଡିଆରେ ମନ୍ତବ୍ୟ ନେଇ ପୁନମ ପାଣ୍ଡେ ବେଶ ଚର୍ଚ୍ଚାରେ ଥିଲେ । ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ରିଏଲିଟି ସୋ ଲକ୍ ଅପରେ ସେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ ।
