ଭୁବନେଶ୍ବର: ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅତୀତରେ ବିଜେଡି ଭୁଲ କରିଛି। ବିଜେପିରେ ଟିକେଟ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆଣିକି ଦଳରେ ନିଆଗଲା ଏବେ ସେମାନେ ବିଜେଡି ସାଂସଦମାନଙ୍କୁ ନେଇଯାଉଛନ୍ତି। ଏହା ଉଭୟ ଦଳ ପାଇଁ କ୍ଷତିକାରକ। ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ। ଅନ୍ୟ ଦଳରୁ ଧାର ଆଣିବା ଆମେ ଭୁଲ କରିଛୁ। ବିଜେପି ଯାହା କରୁଛି ସେଟା ବି ଭୁଲ। ଏହା ବୁମେରାଂ ହେବ। ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପ୍ରାର୍ଥୀ କଲେ ସେମାନେ ହାରୁଛନ୍ତି। ଆଦର୍ଶଜନିତ ସଙ୍କଟ ରହୁଛି। ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ। ଏହା ଦ୍ୱାରା ଦଳର କ୍ଷତି ହେଉଛି। ଏହା ଭଲ ପରମ୍ପରା ନୁହେଁ।
ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ। ଅନ୍ୟ ଦଳରୁ ଧାର ଆଣିବା ଆମେ ଭୁଲ କରିଛୁ। ବିଜେପି ଯାହା କରୁଛି ସେଟା ବି ଭୁଲ। ଏହା ବୁମେରାଂ ହେବ। ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପ୍ରାର୍ଥୀ କଲେ ସେମାନେ ହାରୁଛନ୍ତି। ଆଦର୍ଶଜନିତ ସଙ୍କଟ ରହୁଛି। ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ। ଏହା ଦ୍ୱାରା ଦଳର କ୍ଷତି ହେଉଛି। ଏହା ଭଲ ପରମ୍ପରା ନୁହେଁ। ସେ ଆହୁରି କହିଛନ୍ତି, ନବୀନ ବାବୁ ବିଧାନସଭା ଆସିବା ଫଳରେ ଭଲ ମେସେଜ ଯାଉଛି। କର୍ମୀ ଉତ୍ସାହିତ ହେଉଛନ୍ତି। ନବୀନ ଜିଲ୍ଲା ଗସ୍ତ କଲେ ଭଲ। କର୍ମୀମାନଙ୍କ ମନୋବଳ ବଢିବ |କିଛି ଲୋକ ଆଶା ଛାଡ଼ି ଦଳ ଛାଡ଼ୁଛନ୍ତି।କିଛି ବ୍ଲକରେ ଅଧକ୍ଷ ଛାଡ଼ିକି ପଳେଇଲେଣି।
