ରାଜ୍ୟ ପୁଲିସ ବିଭାଗରେ ୧୩ ହଜାର ୩୭୩ ପଦବୀ ଖାଲି ପଡ଼ିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୩ ହଜାର ୩୭୩ ପୁଲିସ ପଦବୀ ଖାଲି ପଡ଼ିଛି। ଅଗ୍ନିଶମ ବିଭାଗରେ ପଦବୀ ମଧ୍ୟ ଖାଲି ରହିଛି। ସେହିପରି ହୋମଗାର୍ଡ ପଦବୀ ଖାଲି ପଡ଼ିଛି। ସୋମବାର ବିଧାନସଭାରେ ଗୃହ ବିଭାଗକୁ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟ ପୁଲିସ ବିଭାଗରେ ୧୩ ହଜାର ୩୭୩ ପଦବୀ ଖାଲି ପଡ଼ିଛି। ସେହିପରି ଅଗ୍ନିଶମ ବିଭାଗରେ ୪୮୧ ପଦବୀ ଖାଲି ରହିଥିବାବେଳେ ୨୪୧୬ ହୋମଗାର୍ଡ ପଦବୀ ମଧ୍ୟ ଖାଲି ରହିଛି । କାରାଗାର ଏବଂ ଉପକାରାଗାରଗୁଡ଼ିକରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତି ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ପୁଲିସ ଆଧୁନିକୀକରଣ, ମାଓବାଦୀ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୁଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାଓବାଦୀ ପ୍ରଭାବିତ ଇଲାକାରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ନିରାପତ୍ତା, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପୁନଃଥଇଥାନ ବାବଦରେ ଏହା ଖର୍ଚ୍ଚ କରାଯାଉଛି। ପୁଲିସ ବିଭାଗର ଆଧୁନୀକିକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି ।

728×90