ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନୃଶଂସ ପୁଅ

ସୁନ୍ଦରଗଡ଼: ମଦ୍ୟପ ପୁଅର ଉନ୍ମତକାଣ୍ଡ । ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ । ସୁନ୍ଦରଗଡ଼ ତଲସରା ଥାନା ତୁମୁଲିଆ ଗାଁ ନୂଆପଡାର ଘଟଣା । ମାତାଲ ଅବସ୍ଥାରେ ରାତି ଅଧରେ ମା’କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ପୁଅ ବିଶ୍ୱ ଲାକଡ଼ାକୁ ଅଟକ ରଖି ତଦନ୍ତ ଚଳାଇଛି ତଲସରା ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

728×90