ବଢିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ; ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ଖର୍ଚ୍ଚ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ । ଏଣିକି ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା । ପୂର୍ବର୍ରୁ ଏହା ୮ଟଙ୍କା ୮୨ ପଇସା । ତେବେ ନୂଅ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନରେ ୧ଟଙ୍କା ବୃଦ୍ଧି ହୋଇଥିଲା । ପୁଣି ଥରେ ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି ସରକାର । ଡିସେମ୍ବରରୁ ଲାଗୁ ହେବ ଏହି ନୂଆ ଖର୍ଚ୍ଚ ।

728×90