ଶୁକ୍ରବାର ରାଶିଫଳ

ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଆର୍ଥିକ ସମସ୍ୟା ଭୋଗିପାରନ୍ତି।

ବୃଷ: ଘରକୁ ନୂଆ ଜିନିଷ ଆଣିବେ। ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେବେ। ଆର୍ଥିକ କାରବାରରେ ଲାଭ ମିଳିବ। ଦୀର୍ଘଦିନର ସମସ୍ୟା ସମାଧାନ ହେବ।

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ। ବାଦବିବାଦରୁ ଦୂରେଇ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ। ଜୀବନସାଥୀଙ୍କୁ ସମୟ ଦେବେ।

କର୍କଟ: ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବେ। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ। ଜମି କିଣିବା ଯୋଗ ଅଛି।

ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ବନ୍ଧୁଙ୍କ କଥା ଆଘାତ ଦେବ। ଗରିବ ଲୋକଙ୍କୁ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିବେ। ଉଧାର ଟଙ୍କା ଫେରି ପାଇପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରୋଗମୁକ୍ତ ହେବେ। ପରିବାର ସଦସ୍ୟଙ୍କ ମନ ଜିଣିବେ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ। ଅଚାନକ ଖୁସି ଖବର ପାଇବେ।

ତୁଳା: ବ୍ୟବସାୟରେ ଲାଭ ହେବ। ପାରିବାରିକ ବିବାଦ ଦେଖା ଦେବ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।

ବିଛା:ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ସ୍ବାଦିଷ୍ଟ ଖାଦ୍ୟ ଖାଇବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ।

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଉତ୍ତମ। କୌଣସି କଥାକୁ ନେଇ ମନଊଣା କରିପାରନ୍ତି।

କୁମ୍ଭ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ କାର୍ଯ୍ୟଭାର କମ୍ ହେବ। ବୈବାହିକ ଜୀବନ ମଜଭୁତ୍‌ ହେବ। ଅଯଥା ଖର୍ଚ୍ଚ ବଢ଼ିବ।ପିଲାମାନେ ଖେଳମନସ୍କ ହେବେ।

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।

728×90