ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ ଶୁଣାଇଲେ ଏଡିଜେ-୨ କୋର୍ଟ; ୨୦୨୨ରେ ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଦୋଷୀ ସଞ୍ଜିତ ଦାସକୁ ଫାଶି ଦଣ୍ଡ ଶୁଣାଇଲେ ଏଡିଜେ-୨ କୋର୍ଟ । ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ । ସ୍ତ୍ରୀକୁ ୩୩ଥର ଛୁରି ଭୁସିଥିଲା ସଞ୍ଜିତ ଦାସ । ୬ ବର୍ଷିୟ ଝିଅର ତଣ୍ଟି କାଟି ଦେଇଥିଲା ବାପା । ଝିଅ ଜୀବନ ଫେରିପାଇବାକୁ ୩ ମାସ ସମୟ ଲାଗିଥିଲା । ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ । କୋର୍ଟରେ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ । ଅପରାଧ ଗମ୍ଭୀରତା ବିଚାର ପାଇଁ ଯୁକ୍ତି କରିଥିଲେ ଓକିଲ । ବିରଳରୁ ବିରଳ ଘଟଣା କହିଲେ ବିଚାରପତି । ଦୁଇ କୁନି ଝିଅଙ୍କଠାରୁ ମାକୁ ଛଡାଇ ନେଇଥିଲା ସଞ୍ଜିତ । ମୃତ୍ୟୁ ଯାଏଁ ଝୁଲାଇବାକୁ ଲେଖି ପେନ ଭାଙ୍ଗିଲେ ବିଚାରପତି ।

ସୂଚନା ଅନୁସାରେ, ୨୦୨୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ ନିଜ ସ୍ତ୍ରୀଙ୍କୁ ଛୁରିରେ ଭୂଷି ହତ୍ୟା କରିଥିଲେ । ନିଶା ପାଇଁ ନିଜ ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବେ ୩୩ ଥର ଛୁରିରେ ଭୂଷି ହତ୍ୟା କରିଥିଲା । ମୃତକଙ୍କ ନାମ ଥିଲା ସରସ୍ୱତୀ ଦାସ । ଏହାସହିତ ନିଜ ୬ ବର୍ଷ ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଝିଅ । ଏହାପରେ ଭରତପୁର ଥାନା ପୋଲିସ ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ଏଡିଜେ ୨ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

728×90