ଖାଇବାକୁ ଦେଲାନି ବୋଲି ମାଆକୁ ହତ୍ୟା କଲା ନୃଶଂସ ପୁଅ

ସିମୁଳିଆ: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ପଣତ କାନିରେ ନିଜ ଲୁହ ପୋଛି ଦେଉଥିଲା। ନିଜେ ଉପାସରେ ରହି ଖାଇବାକୁ ଦେଉଥିଲା। ସେହି ମା’ ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ନ ଦେବାରୁ ପିଶାଚ ପୁଅ ତାର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁରେ। ମୃତ ମହିଳା ଜଣଙ୍କ ବାସନ୍ତି ମହାନ୍ତି। ପୁଲିସ ଅଭିଯୁକ୍ତ ପୁଅ ଅରୁଣ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଗତକାଲି ରାତିରେ ଅରୁଣ ମଦ୍ୟପାନ କରି ଘରକୁ ଆସିଥିଲା। ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ଦେବାକୁ କହିଥିଲା ପୁଅ। ଏହାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅରୁଣ ଉତ୍‌କ୍ଷିପ୍ତ ହୋଇ ମା’ର ତଣ୍ଟି ଚିପି ଦେଇଥିଲା। ବାସନ୍ତୀଙ୍କୁ ତଣ୍ଟି ଚିପି ମାରୁଥିବା ଦେଖି ଅରୁଣଙ୍କ ସ୍ତ୍ରୀ ଦୌଡ଼ି ଆସିଥିଲେ। ଅରୁଣଙ୍କୁ ଛଡ଼ାଇଥିଲେ। ଅରୁଣ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ମାରଧର କରିଥିଲେ। ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାସଂପର୍କରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

728×90