ନୂଆଦିଲ୍ଲୀ: ଖାରଜ ହେଲା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିନଥିବା ସାମ୍ନାକୁ ଆସିଛି। ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା। ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏବେ ସେ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବେ।
