ଫୁଲ କେବଳ ଆମ ବାତାବରଣକୁ ମହକାଇଥାଏ ତାହା ନୁହେଁ ବରଂ ଏହାଦ୍ୱାରା ଶାରୀରିକ, ମାନସିକ ଓ ସୌନ୍ଦର୍ଯ୍ୟ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ । ଏହାକୁ ବିଶେଷ ଭାବେ ଫୁଲ ଚିକିତ୍ସା (ଫ୍ଲାୱାର ଥେରାପି) ବୋଲି କୁହାଯାଏ ।
ଜାଣନ୍ତୁ ଏହା ବିଷୟରେ
୧- ଗୋଲାପ ଫୁଲର ପାଖୁଡା ଖିରରେ ପକାଇ ଫୁଟାଇ ନିୟମିତ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ । ଗୋଲାପ ପାଖୁଡାକୁ ଖିରରେ ପକାଇ ପେଷି ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଚମକ ଦ୍ୱିଗୁଣିତ ହୋଇଥାଏ । ଓଠରେ ଲଗାଇବା ଦ୍ୱାରା ଓଠର କଳାପଣ ଦୂର ହୋଇ ଗୋଲାପି ହୋଇଥାଏ ।
୨- ସୂର୍ଯ୍ୟମୁଖୀ ଫୁଲକୁ ନଡିଆ ତେଲରେ ମିଶାଇ କିଛି ଦିନ ଯାଏଁ ଖରାରେ ରଖନ୍ତୁ । ଏହାପରେ ଏହାକୁ ନିଜ ଶରୀରରେ ମାଲିସ କରନ୍ତୁ । ଏହା ଦ୍ୱାରା ଚର୍ମ ଜନିତ ବିଭିନ୍ନ ରୋଗ ଦୂର ହୋଇଥାଏ ।
ଟମାଟୋ ତ୍ୱଚା ପାଇଁ ବେଶ ଲାଭଦାୟକ । ଟମାଟୋର ରସକୁ ସମ୍ପୂର୍ଣ୍ଣ ମୁହଁରେ ଭଲ ଭାବେ ମାଲିସ କରନ୍ତୁ ।ଏହା ମୁହଁର ଅନାବଶ୍ୟକ ତୈଳକୁ ନିୟନ୍ତ୍ରଣ କରିଥାଏ ।
