ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ତେଲେଙ୍ଗାନା: ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ପୁଲିସ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ଏ ନେଇ ମୁଲୁଗୁ ଏସ୍‌ପି ଡକ୍ଟର ସବାରିଶ ସୂଚନା ଦେଇଛନ୍ତି। ଏବେ ବି ଜଙ୍ଗଲରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏତୁରଙ୍ଗାରମ ଜଙ୍ଗଲରେ ମାଓବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ଖବର ପାଇବା ପରେ ତେଲେଙ୍ଗାନା ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୭ଜଣ ମାଓବାଦୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ ।

728×90